HomeBlogs୭୩ ତମ ଅବତରଣ (ଅବତାର ) ଦିବସ ୨୦୨୩ - ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜ...

୭୩ ତମ ଅବତରଣ (ଅବତାର ) ଦିବସ ୨୦୨୩ – ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜ [Odia]

Date:

ଯେଉଁ ଯେଉଁ ସମୟରେ ପୃଥିବୀ ପୃଷ୍ଠରେ ଅଧର୍ମର ବୃଦ୍ଧି ହୁଏ, ସେତେବେଳେ ପରମାତ୍ମା ଧରିତ୍ରୀ ପୃଷ୍ଠରେ ସ୍ୱୟଂ କିମ୍ବା ସେ ଚୟନ କରିଥିବା ଆତ୍ମାକୁ ଅବତାର ରୂପରେ ପ୍ରକଟ କରିଥାନ୍ତି ।

Table of Contents

ଭଗବତ ଗୀତା ଅଧ୍ୟାୟ , ଶ୍ଳୋକ

ଯଦା, ଯଦା, ହି, ଧର୍ମସ୍ୟ, ଗ୍ଲାନିଃ, ଭବତି, ଭାରତ, ଅଭ୍ୟୁଥାନମ୍, ଅଧର୍ମସ୍ୟ, ତଦା, ଆତ୍ମାନମ୍, ସୃଜାମି, ଅହମ୍ ।।

ପରିତ୍ରାଣାୟ, ସାଧୂନାମ୍, ବିନାଶାୟ, ଚ, ଦୁଷ୍କୃତାମ୍, ଧର୍ମସସ୍ଥାପନାର୍ଥାୟ, ସମ୍ଭବାମି, ଯୁଗେ, ଯୁଗେ ।।

ଅର୍ଥ : ଯେତେବେଳେ ବି ଧର୍ମର ହ୍ରାସ ହୁଏ ଓ  ଅଧର୍ମ ବୃଦ୍ଧି ପାଏ, ତ ମୁଁ (ସର୍ବଶକ୍ତିମାନ) ସ୍ୱୟଂ କିମ୍ବା ନିଜ ଅବତାରକୁ ପଠାଇଥାଏ ଯିଏ ପୁଣ୍ୟାତ୍ମାମାନଙ୍କର ରକ୍ଷା କରିବା ପାଇଁ ଓ ଦୁଷ୍ଟମାନଙ୍କୁ ବିନାଶ କରି ଶାସ୍ତ୍ର-ଆଧାରିତ ଭକ୍ତିର ମାର୍ଗଦର୍ଶନ ପାଇଁ ପ୍ରକଟ ହୋଇଥାନ୍ତି । ମୁଁ ପ୍ରତ୍ୟେକ ଯୁଗରେ ନିଜ ଅବତାର ପ୍ରକଟ କରାଇଥାଏ ଏବଂ ଦିବ୍ୟ ଲୀଳା କରି ଧର୍ମର ପ୍ରତିଷ୍ଠା କରିଥାଏ ।

ସର୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ପରମେଶ୍ୱର ଏହି ମର୍ତ୍ତ୍ୟମଣ୍ଡଳକୁ ସମୟ ସମୟରେ ଅବତରଣ କରନ୍ତି ଏବଂ ବର୍ତ୍ତମାନରେ ମଧ୍ୟ ମହାନ ସନ୍ଥ ରାମପାଲଜୀ ମହାରାଜଙ୍କ ରୂପରେ ଦିବ୍ୟ ଲୀଳା କରୁଛନ୍ତି । ସେପ୍ଟେମ୍ବର ୮ ହେଉଛି ସେହି ପବିତ୍ର ଦିନ ଯେଉଁ ଦିନଟିକୁ ପ୍ରତିବର୍ଷ ସନ୍ଥ ରାମପାଲଜୀ ମହାରାଜଜୀ ସର୍ବଶକ୍ତିମାନ କବୀରଜୀଙ୍କ ଅବତାର ଦିବସ ରୂପେ ପାଳନ କରାଯାଏ ।

ନିଶ୍ଚୟ ପଢନ୍ତୁ : ବାର୍ଷିକ କାର୍ଯ୍ୟକ୍ରମ

ଏହି ଲେଖାରେ ନିମ୍ନ ଲିଖିତ ବିଷୟଗୁଡ଼ିକ ସମ୍ବଦ୍ଧରେ ଆଲୋଚନା କରାଯିବ :-

  • – ୭୩ ତମ ଅବତରଣ (ଅବତାର) ଦିବସ ୨୦୨୩ – ସନ୍ଥ ରାମପାଲଜୀ ମହାରାଜ
  • – ଅବତାରର ଅର୍ଥ କ’ଣ ?
  • – ଆଧ୍ୟାତ୍ମିକ ଗୁରୁ ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ସୂଚନା
  • – ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କର ଏକମାତ୍ର ଉଦ୍ଦେଶ୍ୟ
  • – ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ଭବିଷ୍ୟବାଣୀ
  • – ଅବତାର ଦିବସ ୨୦୨୩ ସମାରୋହ : ଲାଇଭ୍ ଇଭେଣ୍ଟ
  • – ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ପବିତ୍ର ଶାସ୍ତ୍ରରୁ ପ୍ରମାଣ
  • – ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ କବୀରଜୀଙ୍କ ଭବିଷ୍ୟବାଣୀ
  • – ସାମାଜିକ ଉତ୍ଥାନରେ ସନ୍ଥ ରାମପାଲଜୀ ମହାରାଜଙ୍କ ଅବଦାନ
  • – ଅବତରଣ (ଅବତାର) ଦିବସ କିପରି ପାଳନ କରାଯାଏ ?

୭୩ ତମ ଅବତରଣ ଦିବସ ୨୦୨୩ – ସନ୍ଥ ରାମପାଲଜୀ ମହାରାଜ

ସେପ୍ଟେମ୍ବର ୮, ୨୦୨୩ ହେଉଛି ଜଗତଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ୭୩ ତମ ଅବତରଣ ଦିବସ। ପୂର୍ଣ୍ଣ ବ୍ରହ୍ମ/ପରମେଶ୍ବର ଯିଏ ୧୯୮୮ ମସିହା ଫେବୃୟାରୀ ୧୭ ତାରିଖରୁ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ସାମାଜିକ ପାଖଣ୍ଡବାଦ (ଧାର୍ମିକ ଅନ୍ଧବିଶ୍ଵାସ)ର ବନ୍ଧନକୁ ଭାଙ୍ଗି ଲକ୍ଷ ଲକ୍ଷ ଲୋକଙ୍କୁ ଆଧ୍ୟାତ୍ମିକ ମାର୍ଗ ଦେଖାଇଛନ୍ତି । ପ୍ରସିଦ୍ଧ ଭବିଷ୍ୟବକ୍ତାମାନେ ତାଙ୍କ ବିଷୟରେ ଭବିଷ୍ୟବାଣୀ କରି କହିଛନ୍ତି ଯେ ସେ ଅନ୍ତିମ ଧର୍ମଗୁରୁ ହେବେ ଯିଏ ସୁବର୍ଣ୍ଣ ଯୁଗ ଆଣିବେ, ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱଗୁରୁ ହେବ । ଏହି ଲେଖା ବିଶ୍ୱର ଉଦ୍ଧାରକର୍ତ୍ତା ସନ୍ଥ ରାମପାଲଜୀ ମହାରାଜଙ୍କ ଜୀବନ୍ତ ବିବରଣୀ ପ୍ରଦାନ କରିବ । ତେଣୁ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ଆଗକୁ ଅଗ୍ରସର ହେବ ପୂର୍ବରୁ ସର୍ବ ପ୍ରଥମେ ଆମେ ଅବତାରର ଅର୍ଥ ବୁଝିବା ?

ଅବତାରର ଅର୍ଥ କ?

ଅବତାରର ଅର୍ଥ ହେଉଛି ଅଧ୍ୟାତ୍ମିକତାର ସ୍ଥାପନା ପାଇଁ ଅମର ଲୋକରୁ ଅବତରଣ କରି ମୃତ୍ୟୁଲୋକରେ ପ୍ରକଟ ହେଉଥିବା ଜଣେ ଦିବ୍ୟ ପୁରୁଷ ଅର୍ଥାତ୍ ଏହି ମର୍ତ୍ତ୍ୟମଣ୍ଡଳରେ ଶାସନ କରୁଥିବା ଦୁଷ୍ଟ ଶକ୍ତିମାନଙ୍କ ଦ୍ୱାରା ପୀଡିତ ଆତ୍ମାମାନଙ୍କୁ ସୁରକ୍ଷା ଦେବା । ସମ୍ପୂର୍ଣ ଆଧ୍ୟାତ୍ମିକ ଗୁଣ ସମ୍ପନ୍ନ କୌଣସି ସର୍ବୋଚ୍ଚ ଆତ୍ମାଙ୍କ ଅବତାର ପୃଥିବୀ ପୃଷ୍ଠକୁ ଅବତରଣ କରିବା ଏକ ନିୟମିତ ଘଟଣା ଯାହା ସବୁ ଯୁଗରେ ଘଟିଥାଏ । ଦୈବୀୟ ଅବତରଣ ଅର୍ଥାତ୍ ଅନନ୍ତ ଲୋକରୁ ନଶ୍ଵର ସଂସାରରେ ସର୍ବୋଚ୍ଚ ଆତ୍ମାଙ୍କର ପ୍ରାକଟ୍ୟ ।

ସନ୍ଥ ରାମପାଲଜୀ ମହାରାଜ ପରମ ଅକ୍ଷର ବ୍ରହ୍ମ/ସତ୍‌ପୁରୁଷ/ଶବ୍ଦ ସ୍ୱରୂପୀ ରାମ/ଅକାଳ ପୁରୁଷଙ୍କର ସେହି ଦିବ୍ୟ ଅବତାର ଅଟନ୍ତି ଯିଏ ଭକ୍ତିର ବାସ୍ତବିକ ମାର୍ଗପ୍ରଦାନ କରନ୍ତି ଯାହା ସମସ୍ତ ପବିତ୍ର ଶାସ୍ତ୍ର ମୁତାବକ ଅଟେ, ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ ଯାହାଙ୍କ ମାର୍ଗଦର୍ଶନରେ ସୁବର୍ଣ୍ଣ ଯୁଗର ପ୍ରାରମ୍ଭ ହେବ ।

ଆଧ୍ୟାତ୍ମିକ ଗୁରୁ ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ସୂଚନା

ସନ୍ଥ ରାମପାଲଜୀ ମହାରାଜ ସତ୍‌ଲୋକ ଆଶ୍ରମ ବରୱାଲା, ଜିଲ୍ଲା – ହିସାର, ହରିୟାଣାର ସଞ୍ଚାଳକ ଯିଏ କି ପବିତ୍ର ଶାସ୍ତ୍ର ଅନୁସାରେ କବୀର ଭଗବାନଙ୍କ ବାସ୍ତବିକ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରୁଛନ୍ତି। ତାଙ୍କର ଜନ୍ମ ୮ ସେପ୍ଟେମ୍ବର ୧୯୫୧ ରେ ଭାରତର ହରିୟାଣା ରାଜ୍ୟର ସୋନିପତ ଜିଲ୍ଲାର ଗୁହାନା ତହସିଲ ଅନ୍ତର୍ଗତ ଧନାନା ନାମକ ଏକ ଛୋଟ ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଭକ୍ତ ନନ୍ଦରାମ ଏବଂ ମାତାଙ୍କ ନାମ ଭକ୍ତମତୀ ଇନ୍ଦ୍ରୋ ଦେବୀ । ସନ୍ଥ ରାମପାଲଜୀ ମହାରାଜଙ୍କର ୪ ଟି ସନ୍ତାନ ଅଛନ୍ତି । (ବାସ୍ତବରେ, ସମସ୍ତ ପ୍ରାଣୀ, ମନୁଷ୍ୟ ହେଉଛନ୍ତି ସନ୍ଥ ରାମପାଲଜୀ ଅର୍ଥାତ୍ ସର୍ବଶକ୍ତିମାନ କବୀରଜୀଙ୍କ ସନ୍ତାନ) । ଭକ୍ତମାନଙ୍କୁ ନାମଦୀକ୍ଷା ଦେବା ପୂର୍ବରୁ ସେ ହରିୟାଣା ସରକାରଙ୍କ ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ (ଇଞ୍ଜିନିୟର) ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୮ ବର୍ଷ ଧରି ସେବା କରିଥିରିଲେ ।

ତାଙ୍କ ଆଧ୍ୟାତ୍ମିକ ଯାତ୍ରା ୧୭ ଫେବୃୟାରୀ ୧୯୮୮ ରେ କବୀର ପନ୍ଥୀ ଗୁରୁ ସ୍ୱାମୀ ରାମଦେବାନନ୍ଦଜୀଙ୍କ ଠାରୁ ଶିଷ୍ୟତ୍ଵ ଗ୍ରହଣ କରିବା ପରେ ପ୍ରାରମ୍ଭ ହୋଇଥିଲା, ଯାହାକୁ ପ୍ରତିବର୍ଷ “ବୋଧ ଦିବସ” ରୂପେ ପାଳନ କରାଯାଏ । (ଏହି ଦିନ ତାଙ୍କର ଆଧ୍ୟାତ୍ମିକ ଜନ୍ମ ହୋଇଥିଲା) । ସ୍ୱାମୀ ରାମଦେବାନନ୍ଦଜୀ ୧୯୯୪ ମସିହାରେ ତାଙ୍କୁ ନିଜର ଉତ୍ତରାଧିକାରୀ ଭାବରେ ବାଛିଥିଲେ ଏବଂ କହିଥିଲେ ଯେ “ଏହି ସମଗ୍ର ଦୁନିଆରେ ଆପଣଙ୍କ ସମକକ୍ଷ କୌଣସି ଅନ୍ୟ ସନ୍ଥ ହେବେ ନାହିଁ” । ସନ୍ଥ ରାମପାଲଜୀ ମହାରାଜଙ୍କୁ ବାସ୍ତବିକ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତି ହେବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା । ସେ ଚାକିରିରୁ ଇସ୍ତଫା ଦେଇଥିଲେ ଯାହାକୁ ହରିୟାଣା ସରକାରଙ୍କ ଦ୍ୱାରା ଇସ୍ତଫା ପତ୍ର ତା- ୧୬/୫/୨୦୦୦, ନଂ- ୩୪୯୨.୩୫୦୦ ରୂପେ ଗ୍ରହଣ କରାଯାଇଥିଲା । ୧୯୯୪ ରୁ ୧୯୯୮ ପର୍ଯ୍ୟନ୍ତ ସେ ଘରକୁ ଘର ବୁଲି ଆଧ୍ୟାତ୍ମିକ ପ୍ରବଚନ ଦେଇଥିଲେ । ଖୁବ୍ ଶୀଘ୍ର ହଜାର ହଜାର ଶ୍ରଦ୍ଧାଳୁ ତାଙ୍କଠାରୁ ଶିଷ୍ୟତ୍ଵ ଗ୍ରହଣ କରିଥିଲେ ଏବଂ ୧୯୯୯ ମସିହାରେ ହରିୟାଣାର ରୋହତକ ଜିଲ୍ଲାର କୌରନ୍ଥାରେ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ସମୟରେ ସେ ସମଗ୍ର ବିଶ୍ୱରେ ଭକ୍ତିର ବାସ୍ତବିକ ମାର୍ଗର ପ୍ରଚାର-ପ୍ରସାର ପାଇଁ ସମ୍ପୂର୍ଣ୍ଣ ରୂପେ ସମର୍ପିତ ଅଛନ୍ତି ଯାହାର ଫଳସ୍ୱରୂପ ପୂଣ୍ୟ ଆତ୍ମାମାନଙ୍କୁ ମୋକ୍ଷ ପ୍ରାପ୍ତି ହେବ ।

ସୂକ୍ଷ୍ମବେଦ ଅର୍ଥାତ୍ ପରମାତ୍ମା କବୀର ସାହେବଙ୍କ ଅମୃତ ବାଣୀରେ ଉଲ୍ଲେଖ ଅଛି :-

ଜୋ ମମ ସନ୍ତ ସତ ଉପଦେଶ ଦୃଢାବୈ (ବତାବୈ), ବାକେ ସଂଗ ସଭି ରାଡ଼ ବଢାବୈ ।

ୟା ସବ ସନ୍ତ ମହନ୍ତନ କୀ କରଣୀ, ଧର୍ମଦାସ ମୈଁ ତୋ ସେ ବର୍ଣୀ ।।

ବିଭିନ୍ନ ନକଲି ଧର୍ମିଗୁରୁ, ସମକାଳୀନ ସନ୍ଥ ଓ ମହନ୍ତମାନଙ୍କର ଆକ୍ରୋଶର ଶିକାର ହୋଇ ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟର ସମ୍ମୁଖୀନ ହୋଇଥିଲେ ମଧ୍ୟ ସମଗ୍ର ମାନବ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ସନ୍ଥ ରାମପାଲଜୀ ମହାରାଜ ସତ୍ ଭକ୍ତି କରୁଥିବା ପ୍ରତ୍ୟେକ ଭକ୍ତଙ୍କ ହୃଦୟକୁ ଜିତିବାରେ ସଫଳ ହୋଇଥିଲେ ଏବଂ ତାଙ୍କର ପ୍ରତ୍ୟେକ ଭକ୍ତ ପ୍ରତିଦିନ ଲାଭ ପ୍ରାପ୍ତି କରୁଛନ୍ତି । ନକଲି ଭ୍ରଷ୍ଟ ମିଡିଆ ଓ ଧାର୍ମିକ ଗୁରୁମାନେ ସନ୍ଥ ରାମପାଲଜୀ ମହାରାଜଙ୍କ ନାମରେ ଅପପ୍ରଚାର କରି ଜନସାଧାରଣଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ଭକ୍ତମାନେ ଯେପରି ସନ୍ଥ ରାମପାଲଜୀ ମହାରାଜଙ୍କ ବାସ୍ତବିକ ଆଧ୍ୟାତ୍ମିକ ଜ୍ଞାନକୁ ଶୁଣି ନ ପାରନ୍ତୁ । କିନ୍ତୁ ତାଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟଭକ୍ତି ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ଯେଉଁମାନେ ଆଧ୍ୟାତ୍ମିକ ଭାବନାରୁ ଦୂରେଇ ଯାଇ ପଙ୍କିଳ ରାସ୍ତାରେ ପାଦ ରଖି ଜୀବନର ଲକ୍ଷକୁ ଭୁଲି ଯାଇଥିଲେ ସେମାନେ ଆଜି ଖୁସି ଓ ଆରାମରେ ଜୀବନ ବିତାଉଛନ୍ତି । ସମସ୍ୟା ଲୋକମାନଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ହେଉ ବା ଆର୍ଥିକ ଅସ୍ଥିରତା ବା ପାରିବାରିକ ବନ୍ଧନ, ସନ୍ଥ ରାମପାଲଜୀ ସମସ୍ତ ଭକ୍ତଙ୍କର ଦୁଃଖ ଦୂର କରିଛନ୍ତି ଏବଂ ଏହିପରି, ନକଲି ଗୁରୁମାନେ ତାଙ୍କ ପ୍ରତି ଘୃଣା ଓ ଅବିଶ୍ୱାସ ସୃଷ୍ଟି କରିବା ପାଇଁ କରିଥିବା ସମସ୍ତ ପ୍ରୟାସ ବିଫଳ ହୋଇଥିଲା । କେବଳ ଜଣେ ପୂର୍ଣ୍ଣସନ୍ଥ ଯିଏ ସର୍ବଶକ୍ତିମାନ ପରମେଶ୍ଵରଙ୍କର ପ୍ରତିନିଧି ଅଟନ୍ତି ଏବଂ ଯାହା ପାଖରେ ପବିତ୍ର ଶାସ୍ତ୍ର ପ୍ରମାଣିତ ଜ୍ଞାନ ଅଛି, ସେ ଏହି ଗୁଣ ସମ୍ପନ୍ନ ଅଟନ୍ତି ।

ପୂର୍ଣ୍ଣ ସନ୍ଥ ରାମପାଲଜୀ ମହାରାଜଙ୍କୁ ଚିହ୍ନିବା ପାଇଁ ସମସ୍ତେ ଅବଶ୍ୟ ପଢ଼ିନ୍ତୁ ପୂର୍ଣ୍ଣସନ୍ଥଙ୍କ ପରିଚୟ ବିଷୟ

ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କର ଏକମାତ୍ର ଉଦ୍ଦେଶ୍ୟ

ଆତ୍ମାମାନେ କଂସାଇ ବ୍ରହ୍ମ କାଳ ଜାଲରେ ଫସିଛନ୍ତି, ଆତ୍ମାମାନେ କାଳ ଜାଲରେ କିପରି ଫସିଲେ ଏବଂ ଯୁଗଯୁଗ ଧରି ଦିନ-ରାତି ନିର୍ଯାତନାର ଶିକାର ହେଉଛନ୍ତି। ସର୍ବଶକ୍ତିମାନ କବୀର ହେଉଛନ୍ତି ସେହି ମୁକ୍ତିଦାତା ଯିଏ କି ନିଜର ପ୍ରିୟ ଆତ୍ମାମାନଙ୍କୁ କଂସେଇ କାଳର ଜାଲରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଯୁଗରେ ଅବତରିତ ହୁଅନ୍ତି।

ସୂକ୍ଷ୍ମ ବେଦ ଏହାର ପ୍ରମାଣ ଦେଇଥାଏ ।

ସତଯୁଗ ମେଁ ସତ ସୁକୃତ କହ ତେରା, ତ୍ରେତା ନାମ ମୁନୀନ୍ଦ୍ର ମେରା ।

ଦ୍ଵାପର ମେଁ କରୁଣାମୟ କହାୟା, କଲଯୁଗ ନାମ କବୀର ଧରାୟା ।।

ସର୍ବଶକ୍ତିମାନ ପରମେଶ୍ଵର ପୁନର୍ବାର ଅବତରିତ ହୋଇଛନ୍ତି ଏବଂ ସନ୍ଥ ରାମପାଲଜୀ ମହାରାଜଙ୍କ ରୂପରେ ଦିବ୍ୟ ଲୀଳା କରୁଛନ୍ତି, ଯାହାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସମଗ୍ର ମାନବ ଜାତିର କଲ୍ୟାଣ କରିବା । ସେ ବାସ୍ତବିକ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରି ଦୁଃଖୀ ଆତ୍ମାମାନଙ୍କୁ କାଳ ଜାଲରୁ ମୁକ୍ତ କରିବା ପାଇଁ ଅବତାର ନେଇଛନ୍ତି, ସୃଷ୍ଟି ରଚନାର ରହସ୍ୟ ପ୍ରମାଣ ସହିତ ଯାହା ଦ୍ୱାରା ସେମାନେ ସେମାନଙ୍କର ସର୍ବଦା ସୁଖୀ ମୂଳ ନିବାସ ସଚ୍ଚଖଣ୍ଡ/ସତ୍‌ଲୋକକୁ ଫେରି ପାରିବେ । ଯେଉଁଠିକୁ ଯିବା ପରେ ଜନ୍ମ ଓ ମୃତ୍ୟୁ ଚକ୍ର ସବୁଦିନ ପାଇଁ ସମାପ୍ତ ହୋଇଯାଏ ଏବଂ ଆତ୍ମାମାନେ ଏହି ନଶ୍ଵର ଦୁନିଆକୁ କେବେ ଫେରିନଥାନ୍ତି । ସନ୍ଥ ରାମପାଲଜୀଙ୍କ ଆଧ୍ୟାତ୍ମିକ ଜ୍ଞାନ ଅଦ୍ଵିତୀୟ ଓ ଅଭୂତପୂର୍ବ ଅଟେ ଯାହାକୁ ଅନୁସରଣ କରିବା ଦ୍ୱାରା ଭକ୍ତମାନଙ୍କୁ ସମସ୍ତ ଲାଭ ପ୍ରାପ୍ତ ହୋଇଥାଏ । ଯେପରି କି ଆର୍ଥିକ ଲାଭ, ସ୍ୱାସ୍ଥ୍ୟଗତ ଲାଭ କିମ୍ବା ଆଧ୍ୟାତ୍ମିକ ଜ୍ଞାନ ବୃଦ୍ଧି ତଥା ଏପରି କି ଆୟୁ ବୃଦ୍ଧି ମଧ୍ୟ ହୋଇଥାଏ ।

କବୀର ପରମେଶ୍ୱର ନିଜ ଅମୃତ ବାଣୀରେ କହିଛନ୍ତି ଯେ :-

“ମନୁଷ ଜନମ ଦୁର୍ଲଭ ହୈ, ୟେ ମିଲେ ନା ବାରମ୍ବାର ।

ଜୈସେ ତରୁବର ସେ ପତା ଟୁଟ୍ ଗିରେ, ବହୁର ନା ଲଗତା ଡ଼ାର ।।

ମାନବ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଣ୍ଡର ନିର୍ମାତା – ପରମ ଅକ୍ଷର ବ୍ରହ୍ମଙ୍କ ସତ୍ୟ ସାଧନା କରିବା ଏବଂ ମୋକ୍ଷ ପ୍ରାପ୍ତି କରିବା । ତେଣୁ ଈଶ୍ୱରପ୍ରେମୀ ଆତ୍ମାମାନଙ୍କୁ ଅନୁରୋଧ ଯେ ସନ୍ଥ ରାମପାଲଜୀ ମହାରାଜଙ୍କ ଆଧ୍ୟାତ୍ମିକ ପ୍ରବଚନ ଶୁଣନ୍ତୁ ଏବଂ ତାଙ୍କର ଶରଣ ଗ୍ରହଣ କରନ୍ତୁ ଏବଂ ନିଜର କଲ୍ୟାଣ କରନ୍ତୁ ।

ନିଶ୍ଚୟ ପଢନ୍ତୁ ସନ୍ଥ ରାମପାଲଜୀ ମହାରାଜଙ୍କ ଜୀବନୀ

ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ହୋଇଥିବା ଭବିଷ୍ୟବାଣୀ

ମହାନ ଭବିଷ୍ୟବକ୍ତା ଫ୍ଲୋରେନ୍ସ, ଇଂଲଣ୍ଡର କେୟରୋ, ଜିନ୍ ଡିକ୍ସନ, ଶ୍ରୀମାନ ଚାର୍ଲସ କ୍ଲାର୍କ ଏବଂ ଆମେରିକାର ଶ୍ରୀ ଆଣ୍ଡରସନ୍, ହଲାଣ୍ଡର ଶ୍ରୀ ଭେଜିଲେଟିନ, ଶ୍ରୀ ଜେରାର୍ଡ କ୍ରାଇସ୍, ହଙ୍ଗେରୀର ଭବିଷ୍ୟବକ୍ତା ବୋରିସ୍କା, ଫ୍ରାନ୍ସର ଡ. ଜୁଲଭୋରୋନ, ପ୍ରସିଦ୍ଧ ଫ୍ରାଁସୀସୀ ଭବିଷ୍ୟବକ୍ତା ନାସ୍ତ୍ରେଦମସ୍, ଇସ୍ରାଏଲର ପ୍ରଫେସର ହରାରେ, ନରୱେର ଶ୍ରୀ ଆନନ୍ଦାଚାର୍ଯ୍ୟ, ଜୟଗୁରୁଦେବ ସମ୍ପ୍ରଦାୟର ଶ୍ରୀ ତୁଳସୀଦାସ ସାହେବ ମଥୁରା ନିବାସୀ ଏବଂ ଆହୁରି ଅନେକ ଭବିଷ୍ୟବକ୍ତା ମହାନ ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି ଯେ ସେହି ଅବତାର ‘ବିଶ୍ୱରେ ଏକ ନୂତନ ସଭ୍ୟତା’ ଆଣିବ ଯାହା ସମଗ୍ର ବିଶ୍ୱକୁ ବ୍ୟାପିବ । ସନ୍ଥ ରାମପାଲଜୀ ମହାରାଜଙ୍କ ସମର୍ଥନରେ ଅନ୍ୟ ଭବିଷ୍ୟବକ୍ତାମାନଙ୍କର ଭବିଷ୍ୟବାଣୀ ସର୍ବତ୍ର ଶାନ୍ତି ଓ ଭାତୃଭାବ ପ୍ରତିଷ୍ଠା ହେବ ଏବଂ ସେହି ନୂତନ ସଭ୍ୟତା ଆଧ୍ୟାତ୍ମିକତା ଉପରେ ଆଧାରିତ ହେବ ଯାହା ଭାରତର ଏକ ଗ୍ରାମୀଣ ପରିବାରରେ ଜନ୍ମିତ ଜଣେ ମହାନ ଆଧ୍ୟାତ୍ମିକ ନେତାଙ୍କ ନେତୃତ୍ୱରେ ଉତ୍ପନ୍ନ ହେବ । ମହାନ ଆଧ୍ୟାତ୍ମିକ ନେତାଙ୍କୁ ବହୁ ସଂଖ୍ୟାରେ ସାଧାରଣ ଲୋକ ସମର୍ଥନ କରିବେ ଯେଉଁମାନେ ଭୌତିକବାଦକୁ ଆଧ୍ୟାତ୍ମିକତାରେ ପରିଣତ କରିଦେବେ । ମହାନ ଆଧ୍ୟାତ୍ମିକ ନେତା (ଅବତାର ସନ୍ଥ ରାମପାଲଜୀ ମହାରାଜ)ଙ୍କ ତତ୍ତ୍ୱାବଧାନରେ ଭାରତ ଧାର୍ମିକ, ଔଦ୍ୟୋଗିକ ଓ ଅର୍ଥିକ ଦୃଷ୍ଟିକୋଣରୁ ବିଶ୍ୱର ନେତୃତ୍ୱ ନେବ ଏବଂ ସାରା ଦୁନିଆରେ ଭକ୍ତମାନଙ୍କୁ ତାଙ୍କ ଦ୍ୱାରା ପ୍ରଦତ୍ତ ଭକ୍ତି ବିଧି ହିଁ ସ୍ଵୀକାର୍ଯ୍ୟ ହେବ ।

ନାସ୍ତ୍ରେଦମସ୍ ଭବିଷ୍ୟବାଣୀ କରିଛନ୍ତି ଯେ ମହାନ ଶାୟରନ ( ତତ୍ତ୍ଵଦର୍ଶୀ ସନ୍ଥ); ହିନ୍ଦୁ ସମ୍ପ୍ରଦାୟ ସହିତ ସମ୍ବଦ୍ଧିତ ମଧ୍ୟମ ଆୟୁ ବର୍ଗ (୫୫-୬୦ ବର୍ଷ) ୨୦୦୬ ରେ ଲୋକଲୋଚନକୁ ଆସିବେ ଯିଏ ସମଗ୍ର ପୃଥିବୀରେ ସୁବର୍ଣ୍ଣ ଯୁଗର ପ୍ରାରମ୍ଭ କରିବେ ଏବଂ ଶାସ୍ତ୍ର ଆଧାରିତ ସତ୍ୟ ଭକ୍ତି ବିଧି ପ୍ରଦାନ କରିବେ ଏବଂ ଅଜ୍ଞାନତା ଦୂର କରିବେ ଯିଏ ଆକାଶ ଠାରୁ ବି ଉର୍ଦ୍ଧ୍ୱରେ ଖ୍ୟାତି ଲାଭ କରିବେ । ସେ ଆତ୍ମାମାନଙ୍କୁ ଶୈତାନ ଠାରୁ ମୁକ୍ତ କରିବେ ଏବଂ ସେମାନଙ୍କୁ ସର୍ବୋଚ୍ଚ ଶାନ୍ତି ପ୍ରାପ୍ତ କରାଇବେ।

ଅବଶ୍ୟ ପଢନ୍ତୁ ସନ୍ଥ ରାମପାଲଜୀଙ୍କ ବିଷୟରେ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ

ଦେଖନ୍ତୁ ସନ୍ଥ ରାମପାଲଜୀଙ୍କ ୭୩ ତମ ଅବତରଣ ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ

ଜଗତଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ଅବତରଣ ଦିବସ ଉପଲକ୍ଷେ ୬ ରୁ ୮ ସେପ୍ଟେମ୍ବର ୨୦୨୩ ରେ ସତ୍‌ଲୋକ ଆଶ୍ରମ ଧନାନା ଧାମ ସୋନିପତ୍ (ହରିୟାଣା), ସତ୍‌ଲୋକ ଆଶ୍ରମ ଭିୱାନୀ (ହରିୟାଣା), ସତ୍‌ଲୋକ ଆଶ୍ରମ କୁରୂକ୍ଷେତ୍ର (ହରିୟାଣା), ସତ୍‌ଲୋକ ଆଶ୍ରମ ଶାମଲୀ (ଉତ୍ତରପ୍ରଦେଶ), ସତ୍‌ଲୋକ ଆଶ୍ରମ ଖମାଣୋଁ (ପଞ୍ଜାବ), ସତ୍‌ଲୋକ ଆଶ୍ରମ ଧୁରୀ(ପଞ୍ଜାବ), ସତ୍‌ଲୋକ ଆଶ୍ରମ ବୈତୂଲ (ମଧ୍ୟ ପ୍ରଦେଶ), ସତ୍‌ଲୋକ ଆଶ୍ରମ ସୋଜତ (ରାଜସ୍ଥାନ) ଏବଂ ସତ୍‌ଲୋକ ଆଶ୍ରମ ଧନୁଷା (ନେପାଳ) ମୋଟ୍ ୯ ଟି ଆଶ୍ରମରେ ଅଖଣ୍ଡ ପାଠ ପ୍ରକାଶ, ବିଶାଳ ଭୋଜନ-ଭଣ୍ଡାରା, ଯୌତୁକ ମୁକ୍ତ ବିବାହ, ରକ୍ତଦାନ ଶିବିର, ବିଶାଳ ସତସଙ୍ଗ ସମାରୋହ ଓ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ସମସ୍ତ ଭାଈ ଭଉଣୀଙ୍କୁ ବିନମ୍ର ନିବେଦନ କରାଯାଉଛି ଯେ ଆପଣ ସନ୍ଥ ରାମପାଲଜୀ ମହାରାଜଙ୍କ ଅବତରଣ ଦିବସ ସମାରୋହରେ ନିଜ ପରିବାର, ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସହିତ ଆମ ଆଶ୍ରମରେ ପଦାର୍ପଣ କରନ୍ତୁ ଏବଂ ଆଦି ସନାତନ ଧର୍ମ ଓ ମାନବ ଧର୍ମର ପୁନରୁତ୍ଥାନରେ ସାକ୍ଷୀ ହୁଅନ୍ତୁ ।

ଏହି ଭବ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସେପ୍ଟେମ୍ବର ୦୮, ୨୦୨୩ ସକାଳ ୯ ଟା ୧୫ ରୁ ସାଧନା ଟି.ଭି.ରେ ଏବଂ ସକାଳ ୯ ଟା ୩୦ ରୁ ପପୁଲାର ଟି.ଭି.ରେ ହେବ । ଏହା ବ୍ୟତୀତ ଏହି ବିଶେଷ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆପଣ ଆମ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖିପାରିବେ ଯାହା ନିମ୍ନରେ ପ୍ରଦାନ କରାଗଲା :-

  • Facebook page :- Spiritual Leader Saint Rampal Ji Maharaj
  • Youtube :- Sant Rampal ji Maharaj
  • Twitter :- @SaintRampalJim

ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ପବିତ୍ର ଶାସ୍ତ୍ରରେ ପ୍ରମାଣ

ସନ୍ଥ ରାମପାଲଜୀ ମହାରାଜ ହେଉଛନ୍ତି କବୀର ଭଗବାନଙ୍କ ଅବତାର, ଯାହାଙ୍କ ବିଷୟରେ ପବିତ୍ର ଗ୍ରନ୍ଥ, ବେଦ, ପବିତ୍ର ବେଦରେ ପୂର୍ଣ୍ଣ ପରମାତ୍ମାଙ୍କର ଅବଧାରଣ (ଋଗ୍‌ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ) ଶ୍ରୀମଦ୍ ଭଗବତ ଗୀତା – ଅଧ୍ୟାୟ ୪ ଶ୍ଳୋକ ୩୨, ୩୪, ଅଧ୍ୟାୟ ୧୫ ଶ୍ଳୋକ ୧-୪ ଏବଂ ଅଧ୍ୟାୟ ୧୭ ଶ୍ଳୋକ ୨୩ ରେ ରହିଛି । ପବିତ୍ର କୁରାନ ସରିଫ, କୁରାନ ସରିଫ(ଇସ୍ଲାମ)ରେ ସର୍ବଶକ୍ତିମାନ ଅବିନାଶୀ ଭଗବାନ (ଆଲ୍ଲାଃ କବୀର) – ସୂରତ ଫୁରକାନି ୨୫ : ୫୨-୫୯, ପବିତ୍ର ବାଇବେଲ, ପବିତ୍ର ଶ୍ରୀ ଗୁରୁ ଗ୍ରନ୍ଥ ସାହିବରେ ଯଥେଷ୍ଟ ପ୍ରମାଣ ଦିଆଯାଇଛି । ଭାଇ ବାଲେ ୱାଲି ଜନ୍ମ ସାଖୀରେ ଉଲ୍ଲେଖ ଅଛି ଯେ ସର୍ବୋଚ୍ଚ ସନ୍ଥଙ୍କର ଆବିର୍ଭାବ ଜାଟ୍ ସମ୍ପ୍ରଦାୟରେ ହେବେ ଏବଂ ବରୱାଲା, ହରିୟାଣା (ପୂର୍ବେ ହରିୟାଣା ପ୍ରାନ୍ତ ପଞ୍ଜାବରେ ଥିଲା) ରୁ ଆଧ୍ୟାତ୍ମିକ ପ୍ରବଚନ ଦେବେ । ଏହିସବୁ ପ୍ରମାଣ ସନ୍ଥ ରାମପାଲଜୀ ମହାରାଜଙ୍କ ସହ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି ।

ଅବତାର ସନ୍ଥ ରାମପାଲଜୀ ମହାରାଜଙ୍କ ବିଷୟରେ ସର୍ବଶକ୍ତିମାନ କବୀରଜୀଙ୍କ ଭବିଷ୍ୟବାଣୀ

ଉଦାହରଣ : ପବିତ୍ର କବୀର ସାଗର, ଅଧ୍ୟାୟ ବୋଧ ସାଗର, ପୃଷ୍ଠା ୧୩୪ ଓ ୧୭୧

ପବିତ୍ର କବୀର ସାଗର ଅର୍ଥାତ୍ ସୂକ୍ଷ୍ମ ବେଦ, ଯାହା କି ସର୍ବଶକ୍ତିମାନ କବୀରଜୀଙ୍କ ଅମୃତ ବାଣୀ ଅଟେ, ଏଥିରେ ଉଲ୍ଲେଖ ଅଛି ଯେ ‘ଯେତେବେଳେ କଳିଯୁଗକୁ ୫୫୦୫ ବର୍ଷ ବିତିଯିବ, ସେତେବେଳେ ତାଙ୍କର ତ୍ରୟୋଦଶତମ ବଂଶ ସତ୍ୟ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିବା ପାଇଁ ଆସିବେ ଏବଂ ମିଥ୍ୟା ଧାର୍ମିକ ପ୍ରଥାଗୁଡ଼ିକୁ ସମାପ୍ତ କରି ଶାନ୍ତି ପ୍ରତିଷ୍ଠା କରିବେ । ସେ ସାଧକକୁ ବାସ୍ତବିକ ମୁକ୍ତିମନ୍ତ୍ର ପ୍ରଦାନ କରିବାର ଅଧିକାରୀ ହେବେ (ପ୍ରମାଣ ଭଗବତ ଗୀତା ଅଧ୍ୟାୟ ୧୭, ଶ୍ଳୋକ ୨୩) ସମସ୍ତ ଆତ୍ମା ମନ୍ଦ ଆଭ୍ୟାସଗୁଡିକୁ ତ୍ୟାଗ କରି ସଦାଚାରୀ ହୋଇଯିବେ ଏବଂ ଭଗବାନ କବୀରଙ୍କ ଅବତାରଙ୍କର ମହିମାଗାନ କରିବେ। କଳିଯୁଗକୁ ୧୯୯୭ ମସିହାରେ ୫୫୦୫ ବର୍ଷ ପୂର୍ଣ୍ଣ ହେଉଛି ଏବଂ ସେହି ବର୍ଷ ସର୍ବଶକ୍ତିମାନ କବୀର ସର୍ବ ଧର୍ମ ଅନୁସାରେ ଅମର ପରମାତ୍ମାଙ୍କ ପ୍ରମାଣିତ ବିବରଣୀ ମହାନ ସନ୍ଥ ରାମପାଲଜୀ ମହାରାଜଙ୍କୁ ମିଳିଥିଲେ ଏବଂ ପବିତ୍ର ପ୍ରଭୁପ୍ରେମୀ ଆତ୍ମାମାନଙ୍କୁ ନାମ ଦୀକ୍ଷା ଦେବାର ଅନୁମତି ତାଙ୍କୁ ଦେଇଥିଲେ ।

ଏହାର ପ୍ରମାଣ କବୀର ପରମେଶ୍ୱରଙ୍କ ଅମୃତ ବାଣୀରେ ଅଛି ।

“ପାଞ୍ଚ ସହସ୍ର ଅରୁ ପାଞ୍ଚସୌ, ଜବ କଲଯୁଗ ବିତ ଯାଏ ।

ମହାପୁରୁଷ ଫରମାନ ତବ, ଜଗ ତାରନ କୋ ଆଏ” ।।

ସେହି ମହାପୁରୁଷ ଆଉ କେହି ନୁହଁନ୍ତି, ସେ ସତପୁରୁଷ/ଭଗବାନ କବୀରଙ୍କ ଅବତାର ସନ୍ଥ ରାମପାଲଜୀ ମହାରାଜ ଅଟନ୍ତି, ଯାହାଙ୍କ ଅବତରଣ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖରେ ପାଳନ କରାଯାଏ ।

ସାମାଜିକ ଉତ୍ଥାନରେ ସନ୍ଥ ରାମପାଲଜୀଙ୍କ ଅବଦାନ

ସମାଜରେ ବ୍ୟାପ୍ତ ଯୌତୁକ ରୂପୀ କୁପ୍ରଥାର ମୂଳୋତ୍ପାଟନ ସହିତ ସାମାଜିକ ଉନ୍ନତି ଦିଗରେ ଆଧ୍ୟାତ୍ମିକ ଗୁରୁ ସନ୍ଥ ରାମପାଲଜୀ ମହାରାଜଙ୍କର ବହୁତ ବଡ଼ ଅବଦାନ ରହିଛି । ସନ୍ଥ ରାମପାଲଜୀ ମହାରାଜଙ୍କ ଶିଷ୍ୟମାନେ ବିବାହରେ ଯୌତୁକ ଦିଅନ୍ତି ନାହିଁ କିମ୍ବା ଗ୍ରହଣ ମଧ୍ୟ କରନ୍ତି ନାହିଁ । ୧୭ ମିନିଟର ରମୈଣୀ ପାଠ କରାଯାଏ ଯାହା ନବବିବାହିତ ଦମ୍ପତିଙ୍କୁ ଅତୁଟ ବନ୍ଧନରେ ବାନ୍ଧି ଦିଏ । ସନ୍ଥ ରାମପାଲଜୀ ମହାରାଜଙ୍କ ଦ୍ୱାରା ପ୍ରଦତ୍ତ ଆଧ୍ୟାତ୍ମିକ ସତ୍ୟ ଜ୍ଞାନ ଦ୍ଵାରା ନିଶାସେବନ, ଲାଞ୍ଚ କାରବାର, ଭ୍ରଷ୍ଟାଚାର, କନ୍ୟା ଭ୍ରୁଣହତ୍ୟା ଭଳି ସାମାଜିକ କୁପ୍ରଥାକୁ ସମାପ୍ତ କରାଯାଇପାରିଛି । ସନ୍ଥ ରାମପାଲଜୀ ମହାରାଜଙ୍କର କୌଣସି ଶିଷ୍ୟ ବର୍ତ୍ତମାନ ନିଶାସେବନ କରନ୍ତି ନାହିଁ କିମ୍ବା ଖରାପ ଆଚରଣ କରନ୍ତି ନାହିଁ ଏବଂ କେବଳ ଶାସ୍ତ୍ରାନୁକୂଳ ସତ୍ୟ ଭକ୍ତି କରନ୍ତି କାରଣ ସେମାନେ ଜାଣନ୍ତି ଯେ ମନୁଷ୍ୟ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶାସ୍ତ୍ର ଆଧାରିତ ସତ୍ୟ ଭକ୍ତି କରିବା ଏବଂ ମୋକ୍ଷ ପ୍ରାପ୍ତି କରିବା । ସନ୍ଥ ରାମପାଲଜୀ ମହାରାଜ ସମାଜରେ ପ୍ରଚଳିତ ପ୍ରତ୍ୟେକ ଧାର୍ମିକ ଅନ୍ଧବିଶ୍ଵାସର ପର୍ଦାଫାସ କରିଛନ୍ତି ଏବଂ ଭକ୍ତିର ବାସ୍ତବିକ ମାର୍ଗ ଦେଖାଇଛନ୍ତି ଯାହା ଦ୍ୱାରା ଲକ୍ଷ ଲକ୍ଷ ଅନୁଗାମୀ ସମୃଦ୍ଧ ଜୀବନ-ଯାପନ କରୁଛନ୍ତି ।

ଅବତରଣ (ଅବତାର) ଦିବସ କିପରି ପାଳନ କରାଯାଏ ?

୮ ସେପ୍ଟେମ୍ବର, ୨୦୨୩ ହେଉଛି ସନ୍ଥ ରାମପାଲଜୀ ମହାରାଜଙ୍କର ୭୩ ତମ ଅବତରଣ ଦିବସ । ସମଗ୍ର ବିଶ୍ୱରେ ଏହି ପବିତ୍ର ଦିବସଟିକୁ ପାଳନ କରାଯାଏ ଯେଉଁଠାରେ ସନ୍ଥ ରାମପାଲଜୀ ମହାରାଜଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଅମୃତବାଣୀ ବର୍ଷା କରାଯାଏ, ଯାହାଙ୍କ କୃପାରୁ ‘ଭକ୍ତାତ୍ମାମାନଙ୍କର ବର୍ତ୍ତମାନର ଜୀବନ ଓ ମୃତ୍ୟୁ ଉପରାନ୍ତ’ ଜୀବନ ମଧ୍ୟ ସରଳ ହୋଇଯାଏ । ତାଙ୍କ ଦ୍ୱାରା ଧାର୍ଯ୍ୟ ଭକ୍ତି ନିୟମରେ ରହି ଭକ୍ତି କରୁଥିବା ସମସ୍ତ ଦୃଢ ଭକ୍ତଙ୍କୁ ସେ କାଳ ଜାଲରୁ ମୁକ୍ତ କରିବାର ଗ୍ୟାରେଣ୍ଟି ଦିଅନ୍ତି। ଅବତରଣ ଦିବସରେ ସନ୍ଥ ଗରିବ ଦାସଜୀଙ୍କ ପବିତ୍ର ଗ୍ରନ୍ଥର ପାଠ ୩-୫ ଦିନ ପର୍ଯ୍ୟନ୍ତ କରାଯାଏ । ଭବ୍ୟ ସାମୁହିକ ଭୋଜନ-ଭଣ୍ଡାରା (ନିଃଶୁଳ୍କ ଏବଂ ସ୍ୱାଦିଷ୍ଟ)ର ଆୟୋଜନ କରାଯାଏ ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭୋଜନର ଆନନ୍ଦ ନେଇପାରିବେ । ରକ୍ତଦାନ, ଅଙ୍ଗଦାନ ଶିବିର ଆୟୋଜନ ସହିତ ଯୌତୁକ ମୁକ୍ତ ବିବାହ ଅର୍ଥାତ୍ ରମୈଣୀର ଆୟୋଜନ କରାଯାଇଥାଏ ।

ସନ୍ଥ ରାମପାଲଜୀ ମହାରାଜଙ୍କ ଦ୍ୱାରା କରାଯାଉଛି ସମାଜ ସଂସ୍କାରମୂଳକ ପ୍ରଶଂସନୀୟ କାର୍ଯ୍ୟ

ଆସନ୍ତୁ ଜାଣିବା, ଜଣେ ମହାନ ସମାଜ ସୁଧାରକ ଭାବରେ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଜୀ କରିଥିବା ଅଦ୍ଭୁତପୂର୍ବ କାର୍ଯ୍ୟଗୁଡିକ ବିଷୟରେ । ସନ୍ଥ ରାମପାଲଜୀ ମହାରାଜଙ୍କ ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ବିଷୟରେ ନିମ୍ନରେ ଉଲ୍ଲେଖ କରାଗଲା :

ସମାଜରୁ ସମସ୍ତ ପ୍ରକାରର ନିଶା ଦୂର କରିବା

ଜଗତଗୁରୁ ତତ୍ତ୍ୱଦର୍ଶୀ ସନ୍ଥ ରାମପାଲଜୀ ମହାରାଜ ଜଣେ ସମାଜ ସୁଧାରକ ଭାବରେ ବିଭିନ୍ନ ପ୍ରକାରର ଅଦ୍ଭୂତପୂର୍ବ କାର୍ଯ୍ୟ କରୁଛନ୍ତି । ନିଶା ସମାଜକୁ ସମ୍ପୂର୍ଣ ରୂପେ କବଳିତ କରି ରଖିଛି । ଯଦିଓ ସରକାର ମଦ, ଧୂମପାନ, ଡ୍ରଗ୍ସ ପରି ନିଶା ଦ୍ରବ୍ୟର ସେବନକୁ ଆଂଶିକ ଭାବରେ ଦୂର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ସେମାନଙ୍କର ସମସ୍ତ ଯୋଜନା ନିଷ୍ଫଳ ହେଉଛି କାରଣ ଲୋକମାନେ ନିଶାସେବନ କରିବା ଦ୍ୱାରା ସରକାରଙ୍କୁ ବହୁତ ଆୟ ମଧ୍ୟ ମିଳୁଛି । ଲୋକମାନଙ୍କର ତତ୍ତ୍ଵଜ୍ଞାନ ଅର୍ଥାତ୍ ଆଧ୍ୟାତ୍ମିକ ଜ୍ଞାନ ନାହିଁ, ହଁ ଯଦି ଜ୍ଞାନ ହୋଇଯିବ ତେବେ ନିଶାସେବନ ତ ଦୂର କଥା ଏହାକୁ ସ୍ପର୍ଶ ମଧ୍ୟ କରିବେ ନାହିଁ । ସନ୍ଥ ରାମପାଲଜୀ ମହାରାଜଙ୍କ ଶିଷ୍ୟମାନେ ବାସ୍ତବିକ ଆଧ୍ୟାତ୍ମିକ ଜ୍ଞାନ ସହିତ ପରିଚିତ ହୋଇସାରିଛନ୍ତି ଏବଂ ନିଶାସେବନର ଦୁଷ୍ପରିଣାମ ବିଷୟରେ ଭଲ ଭାବରେ ଅବଗତ । ନିଶା, ମୋକ୍ଷ ପ୍ରାପ୍ତି ମାର୍ଗରେ ବହୁତ ବଡ ପ୍ରତିବନ୍ଧକ ଅଟେ ଏବଂ ତତ୍ତ୍ଵଦର୍ଶୀ ସନ୍ଥଙ୍କର ପ୍ରତ୍ୟେକ ଭକ୍ତ ଏହି କଥାକୁ ହୃଦୟଙ୍ଗମ କରି ସାରିଛନ୍ତି ଯେ ମନୁଷ୍ୟ ଜନ୍ମର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସତ୍ୟ ଭକ୍ତି କରି ମୋକ୍ଷ ପ୍ରାପ୍ତି କରିବ । ତେଣୁ ସେମାନେ ଏହି ଜୀବନ

ବିନାଶକାରୀ ବ୍ୟସନ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ଏହି ପ୍ରାର୍ଥନା ଯେ ନିଶାସେବନକୁ ତ୍ୟାଗ କରିଦିଅନ୍ତୁ ଏବଂ ଯଦି ଆପଣ ତ୍ୟାଗ କରିବାକୁ ସକ୍ଷମ ନୁହଁନ୍ତି ତେବେ ସନ୍ଥ ରାମପାଲଜୀ ମହାରାଜଙ୍କର ସହଯୋଗ ଅବଶ୍ୟ ନିଅନ୍ତୁ ।

ସତ୍‌ଭକ୍ତିର ମାର୍ଗଦର୍ଶନ କରାଇ ବିଶ୍ୱକୁ ମୋକ୍ଷ ପ୍ରଦାନ କରିବା

କାଳ ଦୁନିଆରେ ରହୁଥିବା ସମସ୍ତ ପ୍ରାଣୀ ଭ୍ରମିତ ଅଟନ୍ତି ଏବଂ ମନମୁଖୀ ପୂଜା କରି ନିଜ ଜୀବନ ନଷ୍ଟ କରୁଛନ୍ତି କାରଣ ଶାସ୍ତ୍ରବିରୁଦ୍ଧ ପୂଜାରୁ ସାଧକକୁ କୌଣସି ଲାଭ ମିଳେ ନାହିଁ । ସନ୍ଥ ରାମପାଲଜୀ ମହାରାଜ ଜଣେ ସମାଜ ସୁଧାରକ ଭାବରେ ଶାସ୍ତ୍ର ଆଧାରିତ ଉପାସନା କରାଇ ଲୋକମାନଙ୍କ ଜୀବନରେ ପରିବରିର୍ତ୍ତନ ଆଣିଛନ୍ତି । ଚମତ୍କାର କରୁଛନ୍ତି ଯାହା ଦ୍ୱାରା ଅସମ୍ଭବ ମନେ ହେଉଥିବା କାର୍ଯ୍ୟଗୁଡିକ ବି ସମ୍ଭବ ହେଉଛି ଏବଂ ସାଧକମାନଙ୍କୁ ଅଗଣିତ ଲାଭ ମିଳୁଛି । ତାଙ୍କ ଉପରେ ଭକ୍ତମାନଙ୍କର ଆସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କର ଲକ୍ଷ୍ୟ ହେଉଛି ବାସ୍ତବିକ ଜ୍ଞାନକୁ ସମଗ୍ର ପୃଥିବୀରେ ପ୍ରସାର କରିବା କାରଣ ସେହି କଂସାଇ ବ୍ରହ୍ମ କାଳର ଜାଲରେ ଫସି ରହିଥିବା ସମସ୍ତ ଭ୍ରମିତ ଆତ୍ମାମାନଙ୍କୁ ମୁକ୍ତ କରି ସେମାନଙ୍କର ବାସ୍ତବିକ ଘର, ଶାଶ୍ଵତ ସ୍ଥାନ, ସତ୍‌ଲୋକରେ ପହଞ୍ଚାଇବାକୁ ଚାହୁଁଛନ୍ତି ।

ସମାଜରୁ ଜାତିଗତ ଭେଦଭାବ ଦୂର କରିବା

ବ୍ରହ୍ମ କାଳଙ୍କ ୨୧ ବ୍ରହ୍ମାଣ୍ଡରେ ବାସ କରୁଥିବା ସମସ୍ତ ପ୍ରାଣୀ ଗୋଟିଏ ଭଗବାନଙ୍କର ସନ୍ତାନ ଅଟନ୍ତି । ଅଜ୍ଞତା କାରଣରୁ ଆମେ ବିଭିନ୍ନ ଧର୍ମ, ଜାତି ଓ ସମ୍ପ୍ରଦାୟରେ ବିଭାଜିତ ହୋଇଯାଇଅଛେ । ଆମର ସୁଖଦାୟୀ ପରମ ପିତା ପରମାତ୍ମାଙ୍କୁ ଭୁଲି ଯାଇଛୁ । ମହାନ ସମାଜ ସୁଧାରକ ସନ୍ଥ ରାମପାଲଜୀ ମହାରାଜଜୀ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ସମଗ୍ର ବିଶ୍ୱର ଲୋକଙ୍କୁ ଏକାଠି କରୁଛନ୍ତି ଏବଂ ମାନବ ସମାଜକୁ ସଠିକ୍ ଆଧ୍ୟାତ୍ମିକ ମାର୍ଗ ଦେଖାଉଛନ୍ତି ଏବଂ ନିଜ ଜ୍ଞାନ ଦ୍ୱାରା ସେମାନଙ୍କ ଆତ୍ମାକୁ ଶୁଦ୍ଧ କରୁଛନ୍ତି, ଯେଉଁ କାରଣରୁ ତାଙ୍କ ଅନୁଗାମୀମାନେ ଏହା ଭଲ ଭାବରେ ବୁଝିଛନ୍ତି ଯେ ଆମେ ସମସ୍ତେ ଏକ ହିଁ ଅଟୁ ଏବଂ ଏକ ଭଗବାନଙ୍କର ସନ୍ତାନ ଅଟୁ, ତେଣୁ ଧର୍ମ କିମ୍ବା ଜାତି ଆଧାରରେ କାହା ପ୍ରତି ଭେଦଭାବ ରଖିବା ଉଚିତ ନୁହେଁ ।

ଯୁବ ପିଢ଼ିଙ୍କ ମଧ୍ୟରେ ନୈତିକ ଓ ଆଧ୍ୟାତ୍ମିକ ଜାଗୃତି ଆଣିବା

ବର୍ତ୍ତମାନ ସମୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଯୁବପିଢ଼ିଙ୍କୁ ଆଧ୍ୟାତ୍ମିତା ଠାରୁ ଦୂରେଇ ରଖିଛି। ଯୁବପିଢ଼ିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଭୌତିକ ଲାଭ ପ୍ରାପ୍ତି କରିବା ଏବଂ କୋଟିପତି ହେବା । ତତ୍ତ୍ଵଜ୍ଞାନ ଅଭାବ କାରଣରୁ ଏସବୁ ଘଟୁଛି। ଏକମାତ୍ର ସମାଜ ସୁଧାରକ ଭାବରେ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଜୀ ତାଙ୍କର ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଉଚ୍ଚ ନୈତିକ ମୂଲ୍ୟବୋଧ ସୃଷ୍ଟି କରୁଛନ୍ତି ଯାହା ଦ୍ୱାରା ଯୁବପିଢ଼ି ବୁଝିପାରୁଛନ୍ତି ଯେ ସେମାନଙ୍କର ମାନବ ଜୀବନ ଅତ୍ୟନ୍ତ ମୂଲ୍ୟବାନ ଏବଂ କେବଳ ଭୌତିକ ଧନ ସଂଗ୍ରହ କରିବାରେ ତାହା ନଷ୍ଟ ହେବା ଉଚିତ ନୁହେଁ ବରଂ ସତ୍‌ଭକ୍ତି କରିବାର ଲକ୍ଷ୍ୟ ମଧ୍ୟ ରଖିବା ଉଚିତ ଯେଉଁ ଭକ୍ତିପୁଞ୍ଜି ପରବର୍ତ୍ତୀ ସମୟରେ ସେମାନଙ୍କ ସହିତ ଯିବ । କାଳ ଲୋକରେ ବଞ୍ଚିବା ପାଇଁ ଆବଶ୍ୟକ ବସ୍ତୁଗୁଡିକର ପୂର୍ତ୍ତି ପାଇଁ ପ୍ରୟାସ ଜାରି ରଖିବା ସହିତ ମନୁଷ୍ୟ ଜନ୍ମର ଏକମାତ୍ର ଉଦ୍ଦେଶ୍ୟକୁ ଭୁଲିବା ଅନୁଚିତ ଯାହା ହେଉଛି ସତ୍‌ଭକ୍ତି କରିବା ମୋକ୍ଷ ପ୍ରାପ୍ତି କରିବା । ସନ୍ଥ ରାମପାଲଜୀଙ୍କ ଯୁବ ଶିଷ୍ୟମାନଙ୍କର ଉଚ୍ଚ ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ରହିଛି। ସତ୍‌ଜ୍ଞାନର ପ୍ରଭାବରେ ଏହି ନୈତିକ ପରିବର୍ତ୍ତନ ଆସିପାରିଛି ଯାହା ସନ୍ଥ ରାମପାଲଜୀ ତାଙ୍କ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ପ୍ରଦାନ କରୁଛନ୍ତି ।

ସମାଜରୁ ଯୌତୁକ ରୂପୀ କୁପ୍ରଥାକୁ ଉଚ୍ଛେଦ କରିବା

ଝିଅମାନେ ପ୍ରତ୍ୟେକ ପରିବାର ପାଇଁ ଭଗବାନଙ୍କର ବରଦାନ ସଦୃଶ । ଗୋଟିଏ ଝିଅ ପିତାମାତାଙ୍କ ପାଇଁ ସେତିକି ମୂଲ୍ୟବାନ ଯେତିକି ପୁଅ । କିନ୍ତୁ ଏହି କାଳ ଲୋକରେ ଯୌତୁକ ରୂପୀ କୁପ୍ରଥା କାରଣରୁ ଲୋକମାନେ ଏହି କଥାକୁ ଅଣଦେଖା କରୁଛନ୍ତି ଏବଂ ଝିଅକୁ ବୋଝ ଭାବରେ ବିବେଚନା କରୁଛନ୍ତି କାରଣ ସେମାନଙ୍କୁ ତାଙ୍କ ବିବାହ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ସମାଜରେ ପ୍ରଚଳିତ ଯୌତୁକ ପ୍ରଥା ପରିବାର ପାଇଁ ଅଭିଶାପ ପାଲଟିଛି, ବିଶେଷ କରି ସେହି ଗରିବ ପରିବାର ପାଇଁ ଯେଉଁମାନେ ନିଜ ଝିଅର ବାହାଘର ପାଇଁ ଅଧିକ ଖର୍ଚ୍ଚ କରିପାରୁ ନାହାନ୍ତି । ମହାନ ସମାଜ ସୁଧାରକ ସନ୍ଥ ରାମପାଲଜୀ

ମହାରାଜଜୀ ସମାଜରୁ ଏହି କୁପ୍ରଥାକୁ ଉଚ୍ଛେଦ କରିବା ପାଇଁ ଅଦ୍ଭୁତ କାର୍ଯ୍ୟ କରୁଛନ୍ତି । ତାଙ୍କ ଶିଷ୍ୟମାନେ ବିବାହରେ ଯୌତୁକ ଦିଅନ୍ତି ନାହିଁ କିମ୍ବା ଗ୍ରହଣ ମଧ୍ୟ କରନ୍ତି ନାହିଁ । ରମୈଣୀ ନାମକ ବିବାହରେ ୩୩ କୋଟି ଦେବତାଙ୍କୁ ଆମନ୍ତ୍ରଣ କରି ୧୭ ମିନିଟରେ ଅତି ସରଳ ଢଙ୍ଗରେ ବିବାହ ସମ୍ପନ୍ନ କରାଯାଇଥାଏ । ବିବାହରେ କୌଣସି ନାଚ-ଗୀତ ବା ଲୋକ ଦେଖାଣିଆ ସାଜସଜ୍ଜା ହୁଏ ନାହିଁ  । ଏକ ସୁଖୀ ଓ ସମୃଦ୍ଧ ଜୀବନ-ଯାପନ କରିବା ସହିତ ସତ୍‌ଭକ୍ତି କରିବା ପାଇଁ ତଥା ମୋକ୍ଷ ପ୍ରାପ୍ତି କରିବା ପାଇଁ ବର-କନ୍ୟାଙ୍କୁ ଭଗବାନଙ୍କର ଆଶୀର୍ବାଦ ମିଳିଥାଏ ।

ସମାଜରେ ଶାନ୍ତି ଓ ଭାତୃଭାବ ପ୍ରତିଷ୍ଠା ପାଇଁ ପ୍ରୟାସ

ଏହି କାଳଲୋକ ଦୁଃଖରେ ପରିପୂର୍ଣ ହୋଇ ରହିଛି । ଏଠାରେ କୌଣସି ଜୀବ ସୁଖୀ ନୁହଁନ୍ତି । ଚାରିଆଡ଼େ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଲୋକମାନେ ବହୁତ ଛୋଟ ଛୋଟ କଥାକୁ ନେଇ ଲଢେଇ କରିବାକୁ ପ୍ରସ୍ତୁତ ହେଉଛନ୍ତି । ମହାନ ସମାଜ ସୁଧାରକ ସନ୍ଥ ରାମପାଲଜୀ ମହାରାଜ ନିଜ ସତସଙ୍ଗ ମାଧ୍ୟମରେ ସମଗ୍ର ବିଶ୍ୱରେ ଶାନ୍ତି ଓ ଭାଇଚାରାର ବାର୍ତ୍ତା ପ୍ରଚାର କରି ଏକ ସୁସ୍ଥ ସମାଜ ଗଠନ କରୁଛନ୍ତି ।

ସାମାଜିକ କୁସଂସ୍କାର ଦୂର କରି ଏକ ସ୍ୱଚ୍ଛ ସମାଜ ଗଠନ କରିବା

ଯୌତୁକ, ଲାଞ୍ଚ, ଭ୍ରଷ୍ଟାଚାର, ନିଶାସେବନ, ବ୍ୟଭିଚାର ପରି ଅନେକ ସାମାଜିକ କୁସଂସ୍କାର ସମାଜକୁ କବଳିତ କରି ରଖିଛି । ଲୋକମାନେ ଅଜ୍ଞାନତାର ବଶବର୍ତ୍ତୀ ହୋଇ ଏହି ସବୁ ଭୁଲ କାମ କରିଥାନ୍ତି । ମହାନ ସମାଜ ସୁଧାରକ ସନ୍ଥ ରାମପାଲଜୀ ସତ୍ୟ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରି ଲୋକଙ୍କ ମଧ୍ୟରେ ଉଚ୍ଚ ସାମାଜିକ ଓ ନୈତିକ ମୂଲ୍ୟବୋଧ ବୃଦ୍ଧି କରୁଛନ୍ତି ଯାହା ଦ୍ୱାରା ସମସ୍ତ ସାମାଜିକ କୁସଂସ୍କାରର ମୂଳୋତ୍ପାଟନ କରାଯାଉଛି ଏବଂ ତାଙ୍କ ଶିଷ୍ୟମାନେ ସମସ୍ତ କୂଅଭ୍ୟାସରୁ ନିଜକୁ ଦୂରେଇ ରଖି ଜୀବନ-ଯାପନ କରୁଛନ୍ତି । ତାଙ୍କର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱ ସମସ୍ତ ସାମାଜିକ କୁସଂସ୍କାର, କୁରୀତି ଓ କୂଅଭ୍ୟାସକୁ ତ୍ୟାଗ କରି ଏକ ସରଳ ଓ ସୁଖୀ ଜୀବନ-ଯାପନ କରନ୍ତୁ । ସମଗ୍ର ବିଶ୍ୱରେ ଏହି ମହାନ ପରିବରିର୍ତ୍ତନ ସତ୍ୟ ଆଧ୍ୟାତ୍ମିକ ଜ୍ଞାନର ପ୍ରସାର ଦ୍ୱାରା ହେଉଛି ଯାହା ମହାନ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜଙ୍କ ତତ୍ତ୍ଵାବଧାନରେ ସଫଳ ହେବାରେ ଲାଗିଛି ।

ଦୁର୍ନୀତିର ମୁଳୋତ୍ପାଟନ କରିବା

ସମାଜରେ ଦୁର୍ନୀତି ଚେର ସବୁଆଡକୁ ମାଡ଼ିଯାଇଛି । ସମାଜରେ ଏହା ଉଈ ହୁଙ୍କା ପରି ବ୍ୟାପିବାରେ ଲାଗିଛି ଯାହା ଧୀରେ ଧୀରେ ସମାଜକୁ ସମ୍ପୂର୍ଣ ନଷ୍ଟ ଓ ଫମ୍ପା କରୁଛି । ହତ୍ୟା, ଚୋରି, ଲାଞ୍ଚ, ଅପମିଶ୍ରଣ, ଅନ୍ୟର ଅଧିକାର ଛିନ୍ନ କରିବା ପରି ଭ୍ରଷ୍ଟାଚାର ଅଜ୍ଞାନତା କାରଣରୁ ହେଉଛି । ଦୁର୍ନୀତି ବୃଦ୍ଧିରେ ବଲିଉଡ ଓ ରାଜନେତାମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି । ମହାନ ସମାଜ ସୁଧାରକ ସନ୍ଥ ରାମପାଲଜୀ ମହାରାଜଙ୍କ ଶିଷ୍ୟମାନେ ସିନେମା ଦେଖନ୍ତି ନାହିଁ କି ସଙ୍ଗୀତ ବଜାନ୍ତି ନାହିଁ, ନା ନୃତ୍ୟ କରନ୍ତି, ନା ରାଜନୀତିରେ ଭାଗ ନିଅନ୍ତି । ଏମାନେ ଉଚ୍ଚ ସାମାଜିକ ଓ ନୈତିକ ମୂଲ୍ୟବୋଧକୁ ହୃଦୟରେ ଧାରଣ କରି  ସରଳ ଜୀବନ-ଯାପନ କରନ୍ତି ଏବଂ ଯେକୌଣସି ପ୍ରକାର ଦୁର୍ନୀତିଠାରୁ ଦୂରେଇ ରୁହନ୍ତି ।

ସମାଜରୁ ପାଖଣ୍ଡବାଦକୁ(ଧାର୍ମିକ ଅନ୍ଧବିଶ୍ଵାସ) ସମାପ୍ତ କରିବା

ମହାନ ସମାଜ ସଂସ୍କାରକ ସନ୍ଥ ରାମପାଲଜୀ ମହାରାଜଙ୍କ ଶିଷ୍ୟମାନେ ବିନମ୍ର ଓ ଉଦାର ସ୍ଵଭାବର ଅଟନ୍ତି । ସେମାନଙ୍କର ହୃଦୟ ନିର୍ମଳ ଅଟେ । ସେମାନେ କାହାକୁ ଧୋକା ଦିଅନ୍ତି ନାହିଁ କାରଣ ସେମାନେ ବୁଝିସାରିଛନ୍ତି ଯେ ଏପରି କାର୍ଯ୍ୟ ଭଗବାନଙ୍କୁ ପସନ୍ଦ ନୁହେଁ ଏବଂ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି। ଧାର୍ମିକ ହେଉ କି ସାମାଜିକ, ସନ୍ଥ ରାମପାଲଜୀଙ୍କର ସମସ୍ତ ଶିଷ୍ୟ ସମସ୍ତ ପ୍ରକାର ଆଡମ୍ବର(ପାଖଣ୍ଡ)ରୁ ଦୂରେଇ ରୁହନ୍ତି । ସେମାନେ ସମସ୍ତେ ପବିତ୍ର ଶାସ୍ତ୍ର ବର୍ଣ୍ଣିତ ବିଧି ଅନୁସାରେ ପୂଜା କରନ୍ତି ଏବଂ ପୂଜାର ନିର୍ଦ୍ଧାରିତ ନିୟମଗୁଡିକୁ ଧାର୍ମିକ ବିଧିରେ ପାଳନ କରନ୍ତି । ଏହା ସତ୍ୟ ଆଧ୍ୟାତ୍ମିକ ଜ୍ଞାନର ପରିଣାମ ଯାହା ସନ୍ଥ ରାମପାଲଜୀ ମହାରାଜଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ପ୍ରଚାର କରାଯାଇଥାଏ ।

ନିଷ୍କର୍ଷ

“ଅଛେ ଦିନ ପାଛେ ଗଏ, ସତଗୁରୁ ସେ କିୟା ନ ହେତ ।

ଅବ ପଛତାବା କ୍ୟା କରେ, ଚିଡିୟା ଚୁଗ ଗଈ ଖେତ” ।।

ସମସ୍ତ ପାଠକଙ୍କୁ ବିନମ୍ର ଅନୁରୋଧ ଯେ ସମୟ ଥାଉ ଥାଉ ଦୁନିଆର ମୁକ୍ତିଦାତା ସନ୍ଥ ରାମପାଲଜୀ ମହାରାଜଙ୍କୁ ଚିହ୍ନନ୍ତୁ, ନଚେତ୍ ପରବର୍ତ୍ତୀ ସମୟରେ ପଶ୍ଚାତାପ କରିବା ବ୍ୟତୀତ ଆଉ କିଛି ବାକି ରହିବ ନାହିଁ ।

ସନ୍ଥ ରାମପାଲଜୀ ମହାରାଜ କୁହନ୍ତି ଯେ :-

“ଜୀବ ହମାରୀ ଜାତି ହୈ, ମାନବ ଧର୍ମ ହମାରା ।

ହିନ୍ଦୂ, ମୁସଲିମ, ସିଖ, ଈଶାଈ ଧର୍ମ ନହିଁ କୋଈ ନ୍ୟାରା”।।

ବିଶ୍ୱ ବିଜୟୀ ସନ୍ଥ ରାମପାଲଜୀ ମହାରାଜ ହେଉଛନ୍ତି ଭଗବାନ କବୀର ସାହେବଙ୍କ ଅବତାର ଏବଂ ସେ ଅଜ୍ଞତା ଦୂର କରିବା ପାଇଁ ଏବଂ କଂସାଇ କାଳ ଜାଲରେ ଫସି ରହିଥିବା ତାଙ୍କର ପ୍ରିୟ ଆତ୍ମାମାନଙ୍କୁ ମୁକ୍ତ କରିବା ପାଇଁ ଏବଂ ସର୍ବତ୍ର ବ୍ୟାପ୍ତ ଅଧର୍ମକୁ ବିନାଶ କରିବା ପାଇଁ ଅବତରିତ ହୋଇଛନ୍ତି । ଆପଣମାନେ ସମସ୍ତେ ତାଙ୍କର ଶରଣ ଗ୍ରହଣ କରନ୍ତୁ । ମୋକ୍ଷ ପ୍ରାପ୍ତି କରି ନିଜ ମାନବ ଜନ୍ମକୁ ସଫଳ କରନ୍ତୁ, ପରାମାତ୍ମା ପ୍ରାପ୍ତି କରନ୍ତୁ ।

SA NEWS
SA NEWShttps://news.jagatgururampalji.org
SA News Channel is one of the most popular News channels on social media that provides Factual News updates. Tagline: Truth that you want to know

LEAVE A REPLY

Please enter your comment!
Please enter your name here

spot_imgspot_img

Popular

More like this
Related

International Daughters Day 2023: How Can We Attain Gender Neutral Society?

On September 26, 2021, every year, International Daughters Day is observed. Every year on the last Sunday of September, a special day for daughters is seen. This is a unique day that commemorates the birth of a girl and is observed around the world to eradicate the stigma associated with having a girl child by honoring daughters. Daughters have fewer privileges in this patriarchal society than sons. Daughters are an important element of any family, acting as a glue, a caring force that holds the family together. 

International Day of Sign Languages: Worship of Supreme God Kabir Is the Sign to Be Followed by the Entire Mankind

International Day of Sign Languages is observed annually so as to raise awareness about the hardships a physically challenged individual has to go through. Thus making everyone aware about the need for the education about sign languages to the needy as early as possible into their lives. While Supreme God Kabir is the most capable; giving us anything through His method of worship whether it is aiding a deaf, dumb or blind.

Disturbance in India Canada’s Relations Over Killing of Pro Khalistani Leader Hardeep Singh Nijjar

On Monday Canadian Prime Minister Justin Trudeau alleged a...

International Day of Peace 2023: Know About the Only Way to Have Everlasting Global Peace

The International Day of Peace is celebrated on 21 September in the world. Know about history, background, significance, aim, celebration, events, Activities and quotes on International Peace Day 2021